ସମ୍ବଲପୁର: ସହରର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ାରେ ଶନିବାର ସନ୍ଧ୍ୟାରେ ଜଣେ ନାବାଳକ ପଙ୍ଖାରେ ଝୁଲି ଜୀବନ ହାରିଛି। ନାବାଳକ ଜଣକ ଛାତ୍ର ହାଇସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଉଦ୍ଧାର ପାଇଁ ମାଜିଷ୍ଟ୍ରେଟ୍ଙ୍କ ଆଗମନକୁ ଅପେକ୍ଷା କରାଯାଇଛି।
ସୂଚନା ଅନୁସାରେ ସୋନପୁର ଅଞ୍ଚଳର ଏକ ପରିବାର ସାକ୍ଷୀପଡ଼ାରେ ଭଡ଼ାଘରରେ ରହୁଥିଲେ। ନାବାଳକଙ୍କ ପରିବାର କହିଲେ ବାପା, ମା’ ଓ ଭାଇ। ତାଙ୍କର ମା’ ଓ ଭାଇ ତାଙ୍କର ଗାଁକୁ ଯାଇଥିବା ବେଳେ ବାପା କୌଣସି କାମରେ ବାହାରକୁ ଯାଇଥିଲେ। ସନ୍ଧ୍ୟାରେ ଫେରି ଦେଖିଲା ବେଳକୁ ଘର କବାଟ ବନ୍ଦ ଥିଲା। ତେଣୁ ବାପା ଝରକା ପଟରୁ ଦେଖିଲେ ଯେ, ସାନପୁଅ ପଙ୍ଖାରେ ଝୁଲୁଛି।
ଏନେଇ ପୁଲିସକୁ ସୂଚନା ଦିଆଯାଇଛି। ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚିଲା ପରେ ମୃତଦେହ ଉଦ୍ଧାର କରାଯିବ। ତେବେ ପ୍ରେମ ବ୍ରାପାରକୁ ନେଇ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)