ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ନାବାଳକ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।

Advertisment

publive-imageସୂଚନା ଅନୁଯାୟୀ, ଉପରମୁଣ୍ଡା ଗ୍ରାମର ଉର୍ଧ୍ବବ ଜାନୀଙ୍କ ପୁଅ ଦିବାକର ଜାନୀ(୧୬) ଆଜି ଅପରାହ୍ନ ୨ଟାରେ ଗାଈ ଚରାଇବା ନିମ‌ନ୍ତେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ନିକଟସ୍ଥ ପଡ଼ିଆରେ ଗାଈ ଚରାଇବା ସମୟରେ ହଠାତ୍ ଏକ ଭାଲୁ ଦିବାକରଙ୍କୁ ଆକ୍ରମଣ କରିଥିଲା। ପଡ଼ିଆ ନିକଟରେ ଥିବା କିଛି ଲୋକ ଏହା ଦେଖି ପାଟି କରିବା ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଭାଲୁ ଆକ୍ରମଣରେ ବାମ ଗୋଡରେ ଆଘାତ ଲାଗିଥିବାରୁ ପରିବାର ଲୋକ ଦିବାକରଙ୍କୁ ବାଇକ୍ ଯୋଗେ ମଇଦଲପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା।