ଟିଟିଲାଗଡ/ ସିନ୍ଧେକେଲା : ତନ୍ତ୍ର ସାଧନା ନେଇଗଲା ନିଷ୍ପାପ ନାବାଳକ ମିଥୁନର ଜୀବନ। ଜଣେ ସଂପର୍କୀୟ ମାମୁ ଓ ସଂପର୍କୀୟ ପିଉସୀ ପୁଅ ଭାଇ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ତନ୍ତ୍ରସାଧନାରେ ସିଦ୍ଧି ପାଇବା ଆଶାରେ ମିଥୁନର ମୁଣ୍ଡ କାଟି ବଳି ଦେଇଥିଲେ। ନିଜ ପିଲାଙ୍କୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ଦଶହରାରେ ଆଉ ଜଣଙ୍କର ପିଲାକୁ ହତ୍ୟା କରିବାକୁ ପଛେଇନଥିଲେ। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣାର ଆଜି ପର୍ଦାଫାସ କରିବା ସହ ପୁଲିସ ଅଭିଯୁକ୍ତ ମାମୁ ସାଲେବରଟ ଗାଁର କୁଞ୍ଜ ରଣା ଓ ସଂପର୍କୀୟ ଭାଇ ଶୋଭାବନ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ଅଭିଯୁକ୍ତ ଏହି ଘଟଣାରେ ସଂପୃକ୍ତ ଥିବା କଥାକୁ ସ୍ବୀକାର କରିଛନ୍ତି। କୋର୍ଟ ଉଭୟଙ୍କ ଜାମିନ ନାମଞ୍ଜୁର କରି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ବଲାଙ୍ଗୀର ଶିଶୁବଳି ପଛରେ ସମ୍ପର୍କୀୟ ମାମୁ, ଭାଇ
/sambad/media/post_attachments/wp-content/uploads/2018/10/SBPHO20-Titilagarh-accused-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)