ଦେବଗଡ଼: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଗୋଟିଏ ଭାଇର ଜୀବନ । ଅନ୍ୟପଟେ ଆଉ ଜଣେ ଭାଇ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରକୋଟ ବ୍ଲକ ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଚନ୍ଦନଖୁଣ୍ଟି ଗ୍ରାମର ମହେଶ୍ବର ନାୟକଙ୍କ ଯାଆଁଳା ପୁଅ ଓମ(୫) ଓ ସାଇ(୫) ଆଜି ଅପରାହ୍ନ ସମୟରେ ଖେଳୁଥିବା ସମୟରେ ଅସାବଧନତାବଶତଃ ହାତ ପାହାନ୍ତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।
ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ଓ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସାଇର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଓମର ଅବସ୍ଥା ଗୁରୁତର ଥିବାବେଳେ ଦେବଗଡ ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଖବରପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/children.jpg)