ଭଦ୍ରକ: ୭ ବର୍ଷ ବୟସରୁ ୧୩ ବର୍ଷ ହେଲା ସିକୁଳିର ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇଲେଲିପୁନ। ନିରାଶ୍ରୟ ହୋଇ ପୁଅକୁ ଭଲ କରିବା ପାଇଁ ବାପ ମା’ ଆକୁଳ ନିବେଦନ କଲେ। ଧାର କରଜ କରି ଡ଼ାକ୍ତରଙ୍କୁ ଦେଖେଇବା ଓ କେତେ ଦିଅଁ ଦେବତାଙ୍କୁ ପୂଜି ବିଫଳ ହେବାର ଦୀର୍ଘ ୧୩ ବର୍ଷ ହେଲା ମାନସିକ ଭାରସାମ୍ୟ ହରାଇଥିବା ପୁଅକୁ ଵାନ୍ଧି ରଖିଛନ୍ତି ପରିବାର ଲୋକେ। ଆଜି ଏହି ଆର୍ଥିକ ଅନାଟନ ବ୍ୟର୍ଥ କରି ଦେଇଛି ଜଣେ କଅଁଳ ପିଲାର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଦେଖାଇବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ନିଶ୍ଚନ୍ତା ହରିଜନ ସାହିରେ। ଛୋଟ ବେଳୁ ଅତି ଚାଲାଖ ଚତୁର ଥିଲେ ବୋଲି କହୁଥିଲେ ଲିପୁନର ବାପା କାଳନ୍ଦୀ ଜେନା। ଗାଁ ପାଖ ନିଶ୍ଚନ୍ତା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଇ ପାଠ ପଢୁଥିଲେ। ୭ ବର୍ଷ ବୟସରୁ ଜ୍ଵର ହୋଇଥିଲା। ଡାକ୍ତରଙ୍କୁ ଦେଖାଇ ମେଡିସିନ ଖାଇବା ପରେ ଭଲ ହେବା ପରିବର୍ତ୍ତେ ଉତ୍ତେଜିତ ହୋଇଉଠିଲେ ଥିଲା ଲିପୁନ ଜେନା। ଆଉ ପାଟିରୁ ଲାଳ ବାହାରି ଧୀରେ ଧୀରେ ସମ୍ପୂର୍ଣ୍ଣ ମୁକ ପାଲଟି ଗଲେ।
Advertisment
ସେବେ ଠାରୁ ଦେଖା ଯାଇଥିଲା ଲିପୁନର ରୋଗର ଦୁର୍ଘଟଣା। ଅତି ଅଭାବ ଭିତରେ ଦିନ କାଟୁ ଥିବା ପରିବାରର ବାପା, ମା’ଙ୍କୁ ବ୍ୟଥିତ କରିଥିଲା ଲିପୁନର ଏହି ଯନ୍ତ୍ରଣା। ଭଲ କରିବା ପାଇଁ ପ୍ରଥମେ ଚାନ୍ଦବାଲି, ପରେ ଭଦ୍ରକ ଏବଂ କଟକ ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ। ବହୁ କଷ୍ଟରେ ଧାର କରଜ କରି ୧୦,୦୦୦ଟଙ୍କା ଲିପୁନ ପାଇଁ ଖର୍ଚ୍ଚ କରିଥିଲେ। ହେଲେ ଏତକ ଟଙ୍କାରେ ଲିପୁନ ଭଲ ହୋଇ ପାରି ନଥିଲେ। ଆଉ ଅଧିକ ଟଙ୍କା ଖର୍ଚ୍ଚ କଲେ ହୁଏତ ଲିପୁନ ଭଲ ହୋଇ ପାରିବ ବୋଲି ଡାକ୍ତର ତାଙ୍କ ପରିବାରକୁ ଜଣାଇଥିଲେ। ଶେଷରେ ଉପାୟ କିଛି ନ ପାଇ ଲିପୁନକୁ ଘରକୁ ଫେରାଇ ଆଣିଥିଲେ। ଲିପୁନର ଏହି ରୋଗ ଭଲ ନ ହେବା ଯୋଗୁଁ ଖୋଲା ରଖୁଲେ ପାଗଳାମି ଭୟରେ ପୋଖରୀ ନିଆଁ କବଳରୁ କେତେ ଥର ମରଣ ମୁହଁରୁ ବଞ୍ଚି ଯାଇଛି ମଧ୍ୟ। ଏଣେ ତେଣେ ପଳାଇବା ଯୋଗୁଁ ପରିବାର ଭୟରେ ରହୁଥିଲେ। ପରିବାରଙ୍କୁ କଷ୍ଟ ଲାଗୁଥିଲେ ମଧ୍ୟ ୧୩ବର୍ଷ ହେଲା ଘରେ ବାନ୍ଧି ହୋଇ ରହିଛି ସିକୁଳିରରେ।
ଲିପୁନର ବାପା ହେଲେ ପାଛିଆ ବୁଣାକାର। ଏତେ ଅଭାବ ଅନାଟନ ପାଇଁ ଦିନ ସାରା ଅତି କଷ୍ଟରେ ଗୋଟେ କିମ୍ଵା ଦୁଇଟି ପାଛିଆ ବୁଣିଲେ ତାକୁ ବିକ୍ରି କରି ପେଟ ପୋଷିବାକୁ ପଡ଼ି ଥାଏ। ତେବେ ଲିପୁନ ପାଇଁ ଏତେ ସାମର୍ଥ୍ୟ ଆସିବ କେଉଁଠି ଭଲ କରିବା ପାଇଁ ? ପୁଅ ପାଇଁ କେତେ ଆଶା ରଖି ବାପା, ମା’ ବାଟ ଚାଲୁଥିବା ବେଳେ ଆଜି ଏହି ଚିନ୍ତାରେ ତାଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି। ବାରମ୍ବାର ବ୍ଳକ ଯିବା ପରେ ଲିପୁନ ପାଇଁ ଭତ୍ତା ମିଳିଥିଲା। ସେତିକିରେ ଚୁପ ବସିଛନ୍ତି ବ୍ଲକ ପ୍ରଶାସନ। ସରକାରଙ୍କର କେବଳ ଯୋଜନା ରହିଛି, ହେଲେ ଗରିବ ପରିବାରଙ୍କୁ ସରକାରୀ ସୁବିଧା ବି ଏଠି ସାତ ସପନ। ଏମିତି ଦୀର୍ଘ ବର୍ଷ ହେବ ଲିପୁନଙ୍କ ପରିବାର ରହି ଆସୁଥିବା ବାସ ସ୍ଥାନକୁ ମଧ୍ୟ ସରକାରଙ୍କ ତରଫରୁ ଭୂମିହୀନ ପରିବାରଙ୍କୁ ନିଜ ନାଁ ରେ ମଧ୍ୟ କୌଣସି ରେକର୍ଡ ପତ୍ର ବି କରା ଯାଉ ନାହିଁ।
ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ଲିପୁନର କୌଣସି ନାଁ ସେଥିରେ ନାହଁ। ଟିପ ଚିହ୍ନର ବା ଫିଙ୍ଗର ପ୍ରିଣ୍ଟର ଅସୁବିଧା ପାଇଁ ରାସନ୍ ଚାଉଳ ଚାଉଳ ମଧ୍ୟ ଲିପୁନ ଜେନା ବଞ୍ଚିତ ଅଛନ୍ତି। ବିଭିନ୍ନ ଅସୁବିଧା ରେ ସମ୍ମୁଖୀନ ହେଉଥିବା ଲିପୁନର ବାପା କାଳନ୍ଦୀ ଜେନା ଏବେ ସରକାରୀ ସୁବିଧାକୁ ଅପେକ୍ଷା କରିଛନ୍ତି। ଛୋଟ ବେଳୁ ଯଦି ଲିପୁନ ପାଇଁ କୋୖଣସି ସରକାରୀ ସ୍ତରରେ ମେଣ୍ଟାଇ ହସ୍ପିଟାଲରେ ଭର୍ତ୍ତି କରି ସହାୟତା ଯୋଗାଇ ଦିଆ ଯାଇଥାନ୍ତା ଲିପୁନ ଭଲ ହୋଇ ପାରିବ ବୋଲି ଗାଁ ଲୋକେ ଦାବି କରିଛନ୍ତି। ସରକାର ଓ ବଦାନ୍ୟ ଲୋକମାନେ ଲିପୁନ ପାଇଁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।