ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ନାବାଳକ ବୁଡ଼ି ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଥିବା ନାବାଳକ ଜଣଙ୍କ ହେଲେ, ବ୍ରହ୍ମପୁର ଆସ୍କା ରୋଡ଼ ସ୍ଥିତ ସୋମନାଥ ନଗର ୪ର୍ଥ ଲାଇନ୍ର ଆଦିତ୍ୟ ପ୍ରସାଦ ଦାଶ(୧୫)। ଏବଂ ସେ ବ୍ରହ୍ମପୁର ଡି’ ପଲ୍ ସ୍କୁଲର ୧୦ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଆଜି ସ୍କୁଲରେ ୧୦ ଶ୍ରେଣୀର ପରୀକ୍ଷା ସରିବା ପରେ ଉକ୍ତ ଶ୍ରେଣୀର ୫ଜଣ ସାଙ୍ଗ ମିଶି ଗୋପାଳପୁର ବୁଲିବାକୁ ଯାଇଥିଲେ। ବେଳାଭୂମିର ମେ ଫେୟାର ନିକଟ ସମୁଦ୍ରରେ ଆଦିତ୍ୟ ଏବଂ ତାଙ୍କ ସାଙ୍ଗମାନେ ଗାଧୋଉଥିଲେ। ଏହି ସମୟରେ ସାମାନ୍ୟ ବର୍ଷା ହେଉଥିଲା। ଦୁଇ ଜଣ ସାଙ୍ଗ ସମୁଦ୍ର ଭିତରକୁ ଚାଲିଯାଉଥିବା ଦେଖି ଉପସ୍ଥିତ ଦୁଇ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଜଣକୁ ଉଦ୍ଧାର କରିଥିବା ବେଳେ ଆଦିତ୍ୟ ଭିତରକୁ ଚାଲି ଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ବି ସେ ପାଇନଥିଲେ। ଶେଷରେ ସେଠାରେ ନିୟୋଜିତ ଥିବା ଲାଇଫ୍ ଗାର୍ଡ୍ଙ୍କୁ ଜଣାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ନପାଇବାରୁ ଶେଷରେ ତାଙ୍କ ଅଜା କିଶୋର ଚନ୍ଦ୍ର ଦାଶ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସମୁଦ୍ର ତଟରେ ଖୋଜାଖୋଜି କରୁଥିବା ଜଣାପଡ଼ିଛି।
ସମୁଦ୍ରରେ ବୁଡ଼ି ନାବାଳକ ନିଖୋଜ
/sambad/media/post_attachments/wp-content/uploads/2023/08/Drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)