ଯାଜପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗାରଡେଶ୍ବର ଠାରେ ବୈତରଣୀ ନଦୀରେ ବୁଡିଯାଇ ନାବାଳିକା ନିଖୋଜ ହୋଇଛନ୍ତି। ଭାଇ ସହ ମାମୁଁ ଘରକୁ ବାର୍ତ୍ତିକ ପୂର୍ଣ୍ଣିମାରେ ବୁଲିବାକୁ ଆସି ଗୁରୁବାର ମାମୁଁ ଝିଅ ସହ ନଦୀକୁ ୩ ଜଣ ଗାଧୋଇବାକୁ ଯାଇଥିଲେ।
କିନ୍ତୁ ହଠାତ୍ ୩ ଜଣ ନଦୀରେ ବୁଡି ଯାଇଥିଲେ। ନଦୀରେ ମାଛ ଧରୁଥିବା ନାବାଳକ ସତ୍ୟପ୍ରକାଶ ସେଠୀ ନିଜ ଜୀବନକୁ ଖାତିର ନକରି ପହଁରି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ।
ମାଛ ଧରୁଥିଲେ ସତ୍ୟପ୍ରକାଶ
ଆହୁରି ପଢ଼ନ୍ତୁ:Drinking water problem: ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗାଁ ଲୋକେ.: ଜାତୀୟ ରାଜପଥ ୨୬ ଅବରୋଧ
କିନ୍ତୁ ସ୍ଥାନୀୟ ଅଞ୍ଚଳର ନାଗୁଆ ମିଶ୍ରଙ୍କ ୧୨ ବର୍ଷର ଭାଣିଜୀ ପ୍ରୀତି ପ୍ରଜ୍ଞା ମିଶ୍ର ବୁଡି ଯାଇଥିଲେ। ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ମଧ୍ୟ ସନ୍ଧାନ ପାଇ ନାହାନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଦୁଇ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ନାବାଳକ ସତ୍ୟ ପ୍ରକାଶଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି।
ଅନୀଲ କୁମାର ପଣ୍ଡା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/06/minor-boy-risked-his-life-to-save-two-people-satyaprakash-minor-girl-missing-after-being-swept-away-in-river-2025-11-06-15-16-42.jpg)