ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଜୟଦେବକସବା ଫାଣ୍ଡି ଅଧୀନ ବର୍ଦ୍ଧନପୁର ଗାଁରେ ଜଣେ ନାବାଳକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଉଛି ସ୍ୱର୍ଗତଃ ମଙ୍ଗଳ ଦଳେଇଙ୍କ ୧୨ ବର୍ଷର ପୁଅ ଡମ୍ବରୁ। ସେ ବର୍ଦ୍ଧନପୁର ପ୍ରାଥମିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା।
ମିଳିଥିବା ଖବରରୁ ପ୍ରକାଶ ଯେ, ବର୍ଷେ ପୂର୍ବରୁ ମଙ୍ଗଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଦିନ ପରେ ତାଙ୍କର ଶ୍ରାଦ୍ଧବାର୍ଷିକୀ ଥିଲା। ତେବେ ଡମ୍ବରୁ ସେଦିନ ନିଜ ପାଇଁ ନୂଆପୋଷାକ କିଣିବାକୁ ଘର ଲୋକଙ୍କ ପାଖରେ ଜିଦ୍ କରିଥିଲେ। ମାତ୍ର ଅର୍ଥାଭାବରୁ ତାଙ୍କ ମା’ ନୂଆ ପୋଷାକ କିଣାଯାଇ ପାରିବ ନାହିଁ ବୋଲି କହିଥିଲେ। ତେବେ ଗତକାଲି ରାତିରେ ଡମ୍ବରୁ ନିଜ ଭଉଣୀ ଆପ୍ରନ୍ ନେଇ ଘରପାଖରେ ଥିବା ଏକ ପାଇଖାନା ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ଆଜି ସକାଳୁ ତାକୁ ମୃତ ଅବସ୍ଥାରେ ଉକ୍ତ ପାଇଖାନା ଭିତରେ ଦେଖିବାକୁ ମିଳିଥିଲା। ଏନେଇ ଜୟଦେବକସବା ଫାଣ୍ଡିକୁ ଖବର ଦିଆଯିବା ପରେ ପୁଲିସ୍ ଆସି ଶବକୁ ଉଦ୍ଧାର କରିଥିଲା। ତେବେ ଏନେଇ ୨୦୭/୧୮ରେ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କୁହାଯାଇଛି।