ମୋବାଇଲ୍‌ ଦେଖିବାକୁ ବାରଣ କରିବାରୁ ନାବାଳକଙ୍କ ଆତ୍ମହତ୍ୟା

ବାସୁଦେବପୁର : ପରିବାର ଲୋ‌କେ ମୋବାଇଲ୍‌ ଦେଖିବାକୁ ବାରଣ କରିବାରୁ ଜଣେ ନାବାଳକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପୁରୁଷୋତ୍ତମପୁର ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ପୁରୁଷୋତ୍ତମପୁର ଗ୍ରାମର ବସନ୍ତ ନାୟକଙ୍କ ପୁଅ ଦେବଙ୍କର (୧୩) ସ୍ଥାନୀୟ ଭେଡା ସହଯୋଗୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି। ଆଜି ଘରେ ଦେବଙ୍କର ପାଠ ନ ପଢ଼ି ଦୀର୍ଘ ସମୟ ମୋବାଇଲ୍‌ ଦେଖିବାବେଳେ ତାଙ୍କ ମାଆ ବାରଣ କରିବା ସହ ତାଗିଦ୍‌ କରିଥିଲେ। ପରେ ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ଦେବଙ୍କର ଘର ସିଡି ପାହାଚ ତଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ଦେବଙ୍କରଙ୍କ ମାଆ ଖୋଜାଖୋଜି କରିବା ବେଳେ ପୁଅକୁ ସିଡି ତଳେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ହତବାକ୍‌ ହୋଇ ମାଆ ପାଖ ପଡୋଶୀଙ୍କୁ ଡାକ ପକାଇବା ସହ ପୁଅକୁ ସଙ୍ଗେ ସଙ୍ଗେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଦେବଙ୍କରଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର