ପାରଳାଖେମୁଣ୍ଡି: ମହାମାରୀ କରୋନା ଯୋଗୁ ଏବେ ଟ୍ରେନ୍ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ସେଥିପାଇଁ ଟ୍ରେନ୍ ଗୁଡ଼ିକ ବିଭିନ୍ନ ଷ୍ଟେସନ୍ରେ ଅଟକି ରହିଛି। ପାରଳାଖେମୁଣ୍ଡି ଷ୍ଟେସନ୍ରେ ଛିଡ଼ା ହୋଇଥିବା ଏକ ଟ୍ରେନ୍ ଉପରେ ଜଣେ ନାବାଳକ ଚଢ଼ି ସେଲ୍ଫି ଉଠାଉଥିଲେ। ଏହି ସମୟରେ ଟ୍ରେନ୍ ଉପରେ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ଜଣକ ଆସିଥିଲେ। ଫଳରେ ଜଳି ଯାଇଥିଲେ। ପରେ ନିଆଁ ଟ୍ରେନ୍ରେ ଲାଗି ଯାଇଛି। ଟ୍ରେନ୍ର ଗୋଟିଏ ବଗିର ଉପରଭାଗ ଜଳି ଯାଇଛି। ମୃତକ ଜଣଙ୍କ ହେଲେ ଗୌରଚନ୍ଦ୍ର ସାହିର ସୂର୍ଯ୍ୟ କୁମାର (୧୭)। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରୁଛନ୍ତି।
ଟ୍ରେନ୍ ଉପରେ ସେଲଫି ନେବା କାଳ ହେଲା, ଜଳିଗଲେ ନାବାଳକ
/sambad/media/post_attachments/wp-content/uploads/2020/12/selfi-death-at-borning-train16_thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)