କାମାକ୍ଷାନଗର: ରାତି ଅଧରେ ଥାନାରୁ ଖସି ପଳାଇଲା ନାବାଳକ ଆସାମୀ

କାମାକ୍ଷାନଗର: ବୁଧବାର ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରୁ ଜଣେ ନାବାଳକ ଆସାମୀ ଫେରାର ହୋଇଯାଇଛି।

ଫେରାର ଆସାମୀ ହେଉଛି ମୁଣ୍ଡିଦେଉଳିର ଶଙ୍କରପୁରର ୧୭ ବର୍ଷିୟ ଟୁକୁନା ପାତ୍ର ଓରଫ କୁନା ଓରଫ ଟୁଟୁନ।

କାମାକ୍ଷାନଗର ମୁଣ୍ଡିଦେଉଳି ଅଞ୍ଚଳର ଅର୍ଜୁନ ଚରଣ ଖୁଣ୍ଟିଆଙ୍କ ଘରୁ ଗତ ଏପ୍ରିଲ୍‌ ୨ ତାରିଖରେ ହୋଇଥିବା ଚୋରି ଘଟଣାରେ ସେ ସମ୍ପୃକ୍ତ ବୋଲି ଅଭିଯୋଗ ହେବା ପରେ ଗତକାଲି ପୁଲିସ ତାକୁ ଗିରଫ କରି ଥାନାରେ ରଖିଥିଲା।

ଟୁକୁନା ଥାନା ଶୌଚାଳୟର ସ୍କାଏ ଲାଇଟ୍‌ ବାଟେ ଖସି ପଳାଇଥିଲା। ସାରା ରାତି କାମାକ୍ଷାନଗର ପୁଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରି ଥିଲେ ବି ଟୁକୁନାକୁ ଠାବ କରି ପାରି ନାହାନ୍ତି।

ଟୁକୁନା ନାମରେ କାମାକ୍ଷାନଗର ଥାନାରେ ୩ଟି ମାମଲା ଓ କଙ୍କଡ଼ାହାଡ଼ ଥାନାରେ ଗୋଟିଏ ମାମଲା ଅଛି। ତା’ ନାମରେ ଆଉ ଗୋଟିଏ ମାମଲା ରୁଜୁ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର