ନର୍ଲା: ବିଦ୍ୟୁତ୍ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆଉ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଓଲାବୁଲା ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନରେ ହେଲପର ଭାବେ କାମ କରୁଥିବା ସଂଜୀବ ରଣା(୧୭) ଗତକାଲି ରାତିରେ ଶୌଚ ହେବାକୁ ବାହାରିଥିଲେ। ହେଲେ ସେ ଆଉ ଫେରି ନଥିଲେ। ଏହା ଦେଖି ପିକଅପ ଭ୍ୟାନର ଚାଳକ ସୁରେନ୍ଦ୍ର ବାଗ ସଂଜୀବଙ୍କୁ ଖୋଜିବାକୁ ବାହାରିଥିଲେ। ସେତେବେଳକୁ ବିଦ୍ୟୁତ୍ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଛଟପଟ ହେଉଥାନ୍ତି। ଆଉ କାଳ ବିଳମ୍ବ ନ କରି ସୁରେନ୍ଦ୍ର ସଂଜୀବଙ୍କୁ ରକ୍ଷା କରିବା ଲାଗି ଉଦ୍ୟମ କରିଥିଲେ। ହେଲେ ସେ ବି ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରେ ସଂଜୀବଙ୍କର ମୃତ୍ୟୁ ଘଟିଥିଲା। ଏଣେ ଗ୍ରାମବାସୀ ଗୁରୁତର ସୁରେନ୍ଦ୍ର ବାଗଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/post_attachments/wp-content/uploads/2020/10/narla-ps-640x430.jpg)
ଖବର ପାଇ ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବବ୍ୟବଚ୍ଛେଦ ଲାଗି ଏମ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Man-Trappaed-in-Snare-Dies_Thumbnail.jpg)