ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ କାର୍ ଧକ୍କାରେ ଜଣେ ୧୦ ବର୍ଷର ନାବାଳକର ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ମହେଶ୍ବର ରାଉତଙ୍କ ପତ୍ନୀ ସସ୍ମିତା ପରିଡ଼ା ଓ ପୁଅ ସତ୍ୟଜିତ ରାଉତ ପ୍ରାତଃଭ୍ରମଣରେ ବାହାରିଥିଲେ। ଦୁହେଁ କଲେଜ ଛକ ନିକଟରେ ଯାଉଥିବା ବେଳେ ପଛପଟୁ ହଠାତ୍ ଏକ କାର୍ ସତ୍ୟଜିତଙ୍କୁ ଧକ୍କା ଦେଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ସତ୍ୟଜିତଙ୍କୁ ମହାକାଳପଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସତ୍ୟଜିତ ରାଉତଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଧକ୍କା ଦେଇଥିବା କାର୍ ଓ ଡ୍ରାଇଭରଙ୍କ ଚିହ୍ନଟ ଲାଗି ପ୍ରୟାସ ଜାରି ରହିଛି। କୁହାଯାଉଛି ଯେ ଉକ୍ତ ଗାଡ଼ିଟି ବରକନ୍ୟାଙ୍କୁ ନେଇ ଫେରୁଥିଲା। ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ମହାକାଳପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/53efb192-17bd-4cc0-8516-40e87d76977a.jpg)