ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି।

Advertisment

ଆଜି ତାଙ୍କର ଏକମାତ୍ର ପୁଅ ଆୟୁଷ ପାତ୍ର (୧୦) ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।