ଆନନ୍ଦପୁର/ଦେଓଗାଁ: ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ଗରମ ତେଲ କଡ଼େଇରେ ପଡ଼ିଯିବାରୁ ଜଣେ ଦଶବର୍ଷର ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକା ଜଣଙ୍କ ହେଲେ ଘସିପୁରା ଥାନା ରାଧିକାଦେଈପୁର ପଞ୍ଚାୟତ ଖାଲପାଳ ଗ୍ରାମର ସମ୍ବରା ମୁର୍ମୁଙ୍କୁ ଝିଅ ପୂର୍ଣ୍ଣିମା। ସମ୍ବରା ଏକ ଜଳଖିଆ ଦୋକାନ କରିଛନ୍ତି।

Advertisment

ଆଜି ସକା‌ଳେ ସେ ଜଳଖିଆ ପ୍ରସ୍ତୁତ କରିବା ପାଇଁ ଏକ କଡ଼େଇରେ ତେଲ ଗରମ କରୁଥିଲେ। ଏହି ସମୟରେ ଦୋକାନ ପାଖରେ ଝିଅ ପୂର୍ଣ୍ଣିମା ଖେଳୁଥିଲା। ଅସାବଧାନତା ଯୋଗୁଁ ଝୁଣ୍ଟିପଡ଼ିବାରୁ ପୂର୍ଣ୍ଣିମା ତେଲ କଡ଼େଇରେ ପଡ଼ିଯାଇଥିଲେ। ତାଙ୍କ ଶରୀରର ୫୦ ଭାଗ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ କେଶଦୁରାପାଳ ସ୍ବାସ୍ଥକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଆନନ୍ଦପୁର  ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।