ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଇଲାକାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗତକାଲି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଥାନାରେ ଅଭିଯୁକ୍ତ ସଂପର୍କୀୟକୁ ପଚରାଉଚରା ଜାରି ରହିଥିବା ବେଳେ ତଥ୍ୟ ସଂଗ୍ରହ ହୋଇଛି। ଅନ୍ୟପଟେ ପୀଡ଼ିତା ନାବାଳିକା ବ୍ରହ୍ମପୁର ବଡ଼ ମେଡିକାଲରେ ଆଇସିୟୁରେ ଜୀବନ ସହ ଲଢ଼ୁଛନ୍ତି। ସେ କଥାବାର୍ତ୍ତା କରିବା ଅବସ୍ଥାରେ ନଥିବାରୁ, ବୟାନ୍ ରେକର୍ଡ଼ କରାଯାଇ ପାରି ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେ ସୁସ୍ଥ ହେବା କ୍ଷଣି ସିଆରପିସିର ଧାରା ୧୬୧ ଅନୁସାରେ ତାଙ୍କ ବୟାନ୍ ରେକର୍ଡ଼ ହେବ। ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫଳରେ ନାବାଳିକା ସୁସ୍ଥ ହେବା ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରିଛି। ଅନ୍ୟପକ୍ଷରେ ନାବାଳିକାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଛି। ଗତକାଲି ତାଙ୍କୁ ଗୁରୁତର ଓ ଅଚେତ ଅବସ୍ଥାରେ ଧାନବିଲରୁ ଉଦ୍ଧାର କରାଯାଇଥିବା ବେଳେ ବେକରେ ବି ଆଘାତ ଚିହ୍ନ ଲାଗିଥିଲା।
ଦୁଷ୍କର୍ମ, ହତ୍ୟା ଉଦ୍ୟମ ଘଟଣା: ବଡ଼ ମେଡିକାଲ ଆଇସିୟୁରେ ଜୀବନ ସହ ଲଢ଼ୁଛନ୍ତି ନାବାଳିକା
/sambad/media/post_attachments/wp-content/uploads/2021/07/MKCG-Medical-College.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)