ରାଉରକେଲା: ପୁଣି ରାଉରକେଲାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ପୁଲିସ ତିନିଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ରାଉରକେଲା ସେକ୍ଟର ୭ ଅଂଚଳର ଜଣେ ନାବାଳିକା ଏକ ମେଳା ଦେଖିବାକୁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ ତିନିଜଣ ଅସାମାଜିକ ଯୁବକ ଟେକି ନେଇଥିଲେ । ଏହାପରେ ଜଣକପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏଘଟଣା ସଂପର୍କରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଏନେଇ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସତ ସାମ୍ନାକୁ ଆସିଥିଲା । କୁହାଯାଉଛି ଯେ ଦୁଷ୍କର୍ମକାରୀମାନଙ୍କ ଧମକଚମକରେ ଅତିଷ୍ଠ ହୋଇ ପରିବାର ଲୋକେ ରାଉରକେଲା ସେକ୍ଟର ୭ ଥାନାରେ ଅଭିଯୋଗ କରିଛନ୍ତି ।
/sambad/media/post_attachments/44be0938a0503933f1402f66985f263983e7b53b0f527d7b6cdbdcdf20c1027a.jpg)
ପୁଲିସଏହି ଘଟଣାରେ ୩ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ଏଥିରେ ଆଉ କିଏ ସାମିଲ ଥିଲେ ସେସଂପର୍କରେ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।