ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ସେବା ସଦନରୁ ଦୁଇ ଜଣ ନାବାଳିକା ପାଚେରୀ ଡେଇଁ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଫେରାର ଥିବା ବେଳେ ପୁଲିସ ଉଦ୍ଧାର କରି ତାକୁ ସିଡବ୍ଲ୍ୟୁସି ନିକଟରେ ହାଜର କରିବା ପରେ ଉଦ୍ଧାର ହୋଇଥିବା ନାବାଳିକାକୁ ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ ସେଇଭଳି ଚକପାଦ ଥାନା ଅଞ୍ଚଳର ସେଇଭଳି ଏକ ପ୍ରେମ ଜନିତ ମାମଲାରେ ଜଣେ ନାବାଳିକାକୁ ଉଦ୍ଧାର କରି ଆଣି ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ।

Advertisment

ଜଣେ ନାବାଳିକା ଦୀର୍ଘ ୯ମାସ ହେଲା ଏବଂ ଅନ୍ୟ ଜଣେ ୩ମାସ ହେଲା ଏହି ସୁଭଦ୍ରା ମହତାବ ସେବା ସଦନରେ ରହୁଥିଲେ। ହେଲେ ଦୁଇ ନାବାଳିକା ହଟାତ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜାଣି ପାରିବା ପରେ ସେବାସଦନ ପକ୍ଷରୁ ଖୋଜା ଖୋଜି କରିବା ସହ ଥାନାରେ ଏକ ଲିଖିତ ଏଫଆଇଆର ପ୍ରଦାନ କରିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଏସଆଇ ଅନନ୍ତ କୁମାର ପ୍ରଧାନ ପୃଥକ ପୃଥକ ଦୁଇଟି ମାମଲା ନଂ ୧୦ ଏବଂ ୧୧/୨୩ରେ ମାମଲା ରୁଜୁ କରି ନିଜେ ତଦନ୍ତ ଦାୟିତ୍ବ ନେଇ ତଦନ୍ତ କରିବା ସହ ଦୁଇ ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।