ରାଉରକେଲା: ସେକ୍ଟର-୩ସ୍ଥିତ ଆର୍ଏସ୍ପି ଅଫିସର ସଂଘ ପରିସରରେ ଥିବା ସର୍ଭେଣ୍ଟ କ୍ବାର୍ଟର୍ସରେ ଅଗ୍ନିକାଣ୍ଡ ଘଟିଛି। ଜଣେ ନାବାଳିକା ଦେହରେ କିରାସିନ ଢ଼ାଳି ନିଆଁ ଲଗାଇଦେବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ନାବାଳିକା ଦେହର ୮୦% ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଆର୍ଏସ୍ପି ଓ ରାଜ୍ୟ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ କାବୁ କରିଛି। ଫଳରେ ଆର୍ଏସ୍ପି ଅଫିସର ସଂଘ କ୍ବାର୍ଟର୍ସ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଗଦି, ଆଲିମିରା, ପଲଙ୍କ, କୁଲର ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳପୋଡି ପାଉଁଶ ହୋଇଯାଇଛି। ସେକ୍ଟର-୩ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ସେକ୍ଟର-୩ ଡି-୧୦ କ୍ବାର୍ଟର୍ସରେ ଆର୍ଏସ୍ପି ଅଫିସର ସଂଘର କାର୍ଯ୍ୟାଳୟ ରହିଛି। କାର୍ଯ୍ୟାଳୟକୁ ଲାଗି ଅନ୍ୟ ଏକ କ୍ବାର୍ଟର୍ସରେ ସର୍ଭେଣ୍ଟ ଓ ତାଙ୍କ ପରିବାର ରହୁଥିଲେ।
/sambad/media/post_attachments/wp-content/uploads/2021/08/32e69c9a-a5e5-4a43-975d-496dc10f093a-1024x768.jpg)
ଘରୋଇ କଳିକୁ କେନ୍ଦ୍ରକରି ନାବାଳିକା ପରିବାର ସହ କଳିଝଗଡା କରିଥିଲେ। ଏଥିରେ ଉତ୍ତେଜିତ ହୋଇ ନାବାଳିକା ନିଜ ଦେହରେ କିରାସିନ ଢ଼ାଳି ନିଆଁ ଲଗାଇଦେଇଥିଲେ। ନାବାଳିକାଙ୍କ ଦେହରେ ଲାଗିଥିବା ନିଆଁ ଘରର ଚାରି ଆଡକୁ ବ୍ୟାପି ଯାଇଥିଲା। ପରିବାର ଲୋକ ଯେନତେନ ପ୍ରକାରରେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍କୁ ନେଇଥିଲେ। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଉଭୟ ଆର୍ଏସ୍ପି ଓ ରାଜ୍ୟ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଦୁଇଟି ଦମକଳ ଗାଡି ପହଞ୍ଚିବା ପୂର୍ବରୁ କ୍ବାର୍ଟର୍ସର ସମସ୍ତ ଆସବାବପତ୍ର ଜଳିପୋଡି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/6917a1c2-74c7-4782-b0dc-cd9f2116f23c.jpg)