ବେକରେ ଓଢ଼ଣୀ ଦେଇ ନାବାଳିକାର ଆତ୍ମହତ୍ୟା

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ନୂଆଗୁଡ଼ାର ଜଣେ ନାବାଳିକା ଆଜି ଦିନ ୧୧ ଘଣ୍ଟା ସମୟରେ ନିଜ ଘର ମଧ୍ୟରେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛି। ମୃତ ନାବାଳିକା ରାଧାଦେବି ହରିଜନ (୧୪) ବୋଲି ଜଣାପଡିଛି। ଏ ନେଇ ମୃତ ନାବାଳିକାର ବାପା ଦେବେନ୍ଦ୍ର କୁମାର ହରିଜନ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ଡ଼ାବୁଗାଁ ସଦର ନୂଆଗୁଡ଼ାରେ ଦେବେନ୍ଦ୍ର ହରିଜନ ରହୁଥିବା ବେଳେ ଗୁପ୍‌ଚୁପ୍ ବେପାର କରି ପରିବାର ଚଳାନ୍ତି। ଆଜି ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ଦେବେନ୍ଦ୍ରଙ୍କ ନାବାଳିକା ଝିଅ ରାଧାଦେବି ହରିଜନ ମାନସିକ ଭାରସାମ୍ୟ ହରାଇ ନିଜ ଘର ମଧ୍ୟରେ ଥିବା ଦୁଲମ୍‌ରେ ବେକରେ ଓଢ଼ଣୀ ଦେଇ ଫାଶୀ  ଲଗାଇଥିଲେ। ନାବାଳିକା ଝିଅର ମା’ ଘର ମଧ୍ୟରେ ଯାଇ ଦେଖିବା ବେଳକୁ ଝିଅ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା ଉଦ୍ୟମ କରି ଛଟପଟ ହେଉଥିବା ଦେଖିଥିଲେ। ତୁରନ୍ତ ନାବାଳିକା ଝିଅ କୁ ସାହିପଡିଶା ଲୋକଙ୍କ ସହାୟତାରେ ଉଦ୍ଧାର କରି ଡ଼ାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ନାବାଳିକା ର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ଏ ନେଇ ନାବାଳିକାର ବାପା ଦେବେନ୍ଦ୍ର ହରିଜନ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା  ରୁଜୁ କରିଥିଲେ। ନାବାଳିକାର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଗତ ଦୁଇ ବର୍ଷ ହେଲା ଝିଅର ମାନସିକ ସନ୍ତୁଳନ ଠିକ୍ ନ ଥିଲା ବୋଲି ବାପା ଏତଲାରେ ଦର୍ଶାଇଛନ୍ତି। ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ତଦନ୍ତ କାରି ଅଧିକାରୀ ପୁଲିସ ଏଏସଆଇ ପୁଷ୍ପଲତା ସୁନାନି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର