ଧର୍ମଗଡ଼/ଗୋଲାମୁଣ୍ତା : କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ ଘୋଟିଆ ଗାଁରେ ରବିବାର ମଧ୍ୟାହ୍ନରେ ଅଘଟଣ ଘଟିଛି। ପ୍ରବଳ ଝଡ଼ତୋଫାନରେ ଆମ୍ବ ଗଛ ପଡ଼ିଯିବାରୁ ଆମ୍ବ ଗୋଟାଇବାକୁ ଯାଇଥିବା କମଳିନୀ ରଣା (୧୩) ନାମ୍ନୀ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ରବିବାର ମଧ୍ୟାହ୍ନ ସମୟରେ ଘୋଟିଆ ଗାଁର କେତେକ ଲୋକେ ପାଖ ଆମ୍ବତୋଟାକୁ ଝଡ଼ ତୋଫାନ ସମୟରେ ଆମ୍ବ ଗୋଟାଇବାକୁ ଯାଇଥିଲେ। ଆମ୍ବ ଗୋଟାଉଥିବା ସମୟରେ ହଠାତ ଏକ ଆମ୍ବଗଛ ପଡ଼ି ଯାଇଥିଲା। ଆମ୍ବ ଗଛରେ ଚାପି ହୋଇ ଘଟଣାସ୍ଥଳରେ ସୋନୁ ରଣାଙ୍କ ଝିଅ କମଳିନୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ଆହତମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭାବନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଆମ୍ବ ଗୋଟାଇବା ବେଳେ ଅଘଟଣ : ଗଛ ପଡ଼ି ନାବାଳିକା ମୃତ, ୫ ଗୁରୁତର
/sambad/media/post_attachments/wp-content/uploads/2019/05/mango-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)