ଅତରାଇପଲ୍ଲୀ ଗାଁରେ ଆତଙ୍କ : ଉତ୍କଟ ଗନ୍ଧରେ ନାବାଳିକା ମୃତ, ଭଉଣୀ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଜଗନ୍ନାଥପ୍ରସାଦ ବ୍ଲକ୍‌ ଅତରାଇପଲ୍ଲୀ ଗ୍ରାମରେ ଆଜି ବିଳମ୍ବିତ ସନ୍ଧ୍ୟାରୁ ରହସ୍ୟଜନକ ଭାବେ ଅତି ଉତ୍କଟ କୀଟନାଶକ ଭଳି ଗନ୍ଧ ବାହାରିବାରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏପରିକି ଏହି ଉତ୍କଟ ଗନ୍ଧର ପ୍ରଭାବରେ ରାତିରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭଉଣୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବଂ ପରେ ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ନାବାଳିକା ଜଣକ ହେ‌ଲେ ବୀର ନାୟକଙ୍କ ଝିଅ ଅନି ନାୟକ। ଭଉଣୀ ସାଇନିଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଏହି ଘଟଣା ପରେ ଗ୍ରାମରେ କୋକୁଆ ଭୟ ଖେଳିଯାଇଥିବା ସହ ଗ୍ରାମବାସୀ ତାଟିକବାଟ ବନ୍ଦ କରି ଘର ଭିତ‌ରେ ରହିଛନ୍ତି। ପଦାରେ ଥିବା ଲୋକେ ମୁହଁରେ କପଡ଼ା ବାନ୍ଧି ରହିଛିନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ହଠାତ୍ ଗ୍ରାମର ଖଦାଳ ସାହିରେ କୀଟନାଶକ ଔଷଧ ଭଳି ଦୁର୍ଗନ୍ଧ ବାହାରିଥିଲା। ଧୀରେ ଧୀରେ ଏହା ଚାରି ଆଡ଼େ ଖେଳିଯାଇଥିଲା। ଏହି ସମୟରେ ଦୁଇ ଭଉଣୀ ଅନି ଓ ସାଇନି ଅଚେତ ହୋଇ ଯାଇଥିଲେ। ସଂଗେ ସଂଗେ ସେମାନଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ଅନିଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର