ସ୍ଲାବ ଖସି ନାବାଳିକା ମୃତ

ଧର୍ମଶାଳା : ଧର୍ମଶାଳା ଥାନା ସୁନ୍ଦୁରିଆ ପଞ୍ଚାୟତ ଫତେପୁର ଗ୍ରାମର ଜିତନ ଗେଡ଼ିଙ୍କ ଝିଅ ମିନୁ(୧୦)ଙ୍କର ଗତ ମଙ୍ଗଳବାର ଅପରାହ୍ଣରେ ମୃତ୍ୟୁ ହୋଇଯାଇଛି। ମିନୁ ଘର ଝରକାରେ ଲାଗିଥିବା ସ୍ଲାବ୍‌ରେ ଓହଳୁଥିବା ବେଳେ ସ୍ଲାବ୍‌ଟି ହଠାତ୍ ଖସି ପଡ଼ିଥିଲା। ସ୍ଲାବ୍‌ଟି ମିନୁ ଉପରେ ପଡ଼ିଯିବାରୁ ତାଙ୍କ ମୁଣ୍ତ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ମିନୁଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଧର୍ମଶାଳା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁଧବାର ଦିନ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି। ମିନୁ ତରାପୁର ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ।

ସମ୍ବନ୍ଧିତ ଖବର