ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ଶନିବାର ସକାଳେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ହରଭଙ୍ଗା ମେଡିକାଲ୍ ନିକଟରେ ରହୁଥିବା ସରୋଜ ବେହେରାଙ୍କର ଝିଅ ଯଶୋଧାରା ବେହେରା (୧୦ ବର୍ଷ) ଘରେ ଖେଳୁଥିବା ବେଳେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଫଳରେ ସେ ଅଚେତ ହୋଇ ପଡ଼ି ରହିଥିଲେ। କିଛି ସମୟ ପରେ ଏହା ଦେଖି ଘରଲୋକେ ତାକୁ ଉଦ୍ଧାର କରି ପ୍ରଥମେ ନିକଟରେ ଥିବା ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ବୌଦ୍ଧ ମେଡିକାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବୌଦ୍ଧରେ ବ୍ୟବଚ୍ଛେଦ କରାଯାଇ ଘରକୁ ଆଣିବା ପରେ ଶେଷକୃତ୍ୟ କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହରଭଙ୍ଗା ଥାନାରେ ଏକ ୟୁଡି କେସ୍ ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି।
ସୂଚନାଥାଉକି ଯଶୋଧାରା ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଅଧ୍ୟୟନ କରୁଥିଲେ। ଚଳିତ ବର୍ଷ ୫ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥାନ୍ତେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/snake.jpg)