ପୁରୀ : ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାର ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପ୍ରାୟ ୩ ମିନିଟର ଏହି ଭିଡିଓରେ ଯୁବକ ଜଣକ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ କ୍ୟାମରା ସାମ୍ନାରେ ନଗ୍ନ ହେବାକୁ ବାଧ୍ୟ କରୁଛନ୍ତି। ଆରମ୍ଭରୁ କୁଣ୍ଠାବୋଧ କରୁଥିବା ନାବାଳିକା ଜଣକ ପରେ ବାଧ୍ୟବାଧକତାରେ ପିନ୍ଧିଥିବା ବସ୍ତ୍ର ଖୋଲିଛନ୍ତି। ଯାହାର ସଂପୂର୍ଣ୍ଣ ଦୃଶ୍ୟ ଯୁବକ ଜଣକ କ୍ୟାମେରାରେ କଏଦ କରିଛନ୍ତି। ପରେ ସଂପୃକ୍ତ ନାବାଳିକାଙ୍କ ସହିତ ଯୌନ କ୍ରୀଡା କରିବା ସହିତ ନଗ୍ନ ଅବସ୍ଥାରେ ସେଲ୍ଫି ନେଉଛନ୍ତି। ସଂପୂର୍ଣ୍ଣ ଭିଡିଓଟି ନବନିର୍ମିତ ଏକ ଅଧାଗଢ଼ା ଘରେ ରେକର୍ଡିଂ କରାଯାଇଛି। ରେକର୍ଡିଂ ସମୟରେ ଏହି ଘରେ ଏକ ଏୟାର ବ୍ୟାଗ ଥୁଆ ହୋଇଥିଲା। ଭିଡିଓରେ ଥିବା ନାବାଳିକାଙ୍କ ବୟୟ ୧୫ରୁ ୧୬ ବର୍ଷ ହେବ। ଚତୁରତାର ସହିତ ଯୁବକ ଜଣକ ନାବାଳିକାଙ୍କୁ ବିବସ୍ତ୍ର କରି ଏହାର ଦୃଶ୍ୟ ଉତ୍ତୋଳନ କରିବା ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଅନ୍ୟପଟେ ଏହି ଭିଡିଓର ଅନ୍ୟ କିଛି ଅଂଶ ଭାଇରାଲ ହୋଇଥିବା ଶୁଣିବାକୁ ମିଳିଛି। ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି।
ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ୍, ଉଲଗ୍ନ କରି ସେଲ୍ଫି ନେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2019/12/Video-Viral-of-a-Minor-Girl_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)