ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖଇରିବଣି ଗ୍ରାମର ଜନୈକ ନାବାଳିକା ରବିବାର ସନ୍ଧ୍ୟାରେ ନିଜ ଚୁନୁରୀ ବେକରେ ଲଗାଇ ଝୁଲି ପଡ଼ିଛି ମୃତକ ନାବାଳିକା ଖଇରିବଣି ଗ୍ରାମର ପୁରେନ୍ଦ୍ର ସିଂଙ୍କ ଝିଅ ତୋପଇ (୧୭)।
ପ୍ରାପ୍ତ ସୂଚନା ଅନୁଯାଇ ପୁରେନ୍ଦ୍ର ନିଜ ସ୍ତ୍ରୀ ବାସନ୍ତୀ, ସାନ ଝିଅ ତୋପଇ, ସାନ ପୁଅ ଚକ୍ରଧର(୧୪)ଙ୍କୁ ନେଇ ଖଇରିବଣି ସ୍ଥିତ ନିଜ ଘରେ ରହୁଥିଲେ। ପୁରେନ୍ଦ୍ରଙ୍କ ମୋଟ ୬ଝିଅ ଓ ୨ପୁଅ ଥିବା ବେଳେ ସାନ ଝିଅ ତୋପଇ ଓ ସାନ ପୁଅ ଚକ୍ରଧର ଘରେ ରହୁଥିବାଲେ। ଅନ୍ୟ ୫ଝିଅଙ୍କର ବାହାଘର ସରିଯାଇଛି। ବଡ ପୁଅ ସବୁବେଳେ କାମରେ ବାହାରକୁ ଚାଲିଯାଏ। ଆଜି ପୁରେନ୍ଦ୍ର, ବାସନ୍ତୀ ଓ ଚକ୍ରଧର ସକାଳରୁ ବିଲକୁ କାମ କରିବାକୁ ବାହାରି ଯାଇଥିଲେ। ଘରେ ଏକୁଟିଆ ରୋଷେଇ କରିଵା ପାଇଁ ତୋପଇ ରହିଥିଲା। ହେଲେ ସନ୍ଧ୍ୟାରେ ପ୍ରଥମେ ସାନ ପୁଅ ଚକ୍ରଧର ବିଲରୁ ଫେରି ଘର ଭିତରକୁ ପଶି ଆସି ଦେଖିବାକୁ ପାଇଥିଲା କି ତାର ଭଉଣୀ ତୋପଇ ଏକ ଲାଲ ଚୁନୁରୀ ସାହାଯ୍ୟରେ ବେକରେ ଫାଶୀ ଲଗେଇ ଘରେ ଲାଗିଥିବା ବାଉଁଶ ରୁଅରେ ଝୁଲିପଡି ଛଟପଟ ହୋଉଛି। ଅନ୍ୟ ଉପାୟ ନପାଇ ବ୍ୟତିବ୍ୟସ୍ତ ହୋଇ ନାବାଳକ ଚକ୍ରଧର ଗୋଟେ ଦାଆ ସାହାଯ୍ୟରେ ଚୁନୁରିଟିକୁ କାଟିଦେଇ ତୋପଇକୁ ତଳକୁ ଓହ୍ଲାଇ ଦେଇଥିଲା ଓ ସଙ୍ଗେ ସଙ୍ଗେ ନିଜ ବାପା-ମା’ଙ୍କୁ ଡାକିବାକୁ ବିଲକୁ ଧାଇଁଥିଲା।
ଏହି ଖବର ପଢ଼ନ୍ତୁ: ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସରେ ନାବଳିକାଙ୍କୁ ଦୁଷ୍କର୍ମ: ୬ଗିରଫ
ପୁରେନ୍ଦ୍ର ଘଟଣା ସମ୍ବନ୍ଧରେ ପୁଅ ପାଖରୁ ଶୁଣି ବିଲରୁ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହିତ ଏକ ବାଇକ ଯୋଗେ ତୋପଇକୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବା ମୁତାବକ ତୋପଇ ମୁରୁଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲା। କିନ୍ତୁ ସେ ଯୁବକ ଜଣକ ତୋପଇ ସହିତ ନିଜର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ରଖି ବିଭିନ୍ନ ସମୟରେ ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା।
ପରିବାର ଲୋକେ କହିଛନ୍ତି, ଗତକାଲି ମଧ୍ୟ ସେ ତୋପଇର ବଡ ଭଉଣୀ ନିକଟରୁ ୧୫୦୦ ଟଙ୍କା ନେଇଥିବାର ସୂଚନା ମିଳିଛି, ଯୋଉଁଥିପାଇଁ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରେଇ ଆତ୍ମହତ୍ୟା କରିଛି। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ତୋପଇର ଶବ ବ୍ୟବଛେଦ କରାଯିବା ନେଇ ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/99020191-8f77-4383-8def-2ade48957b36.jpeg)