ସୁନ୍ଦରଗଡ:ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ବିଭତ୍ସ ହତ୍ୟା ଘଟଣାର ଶୁଣାଣିରେ ଅଭିଯୁକ୍ତ ସୁମିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।
୧୦.୦୨.୨୦୧୭ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକା ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ସେହି ସ୍ଥାନରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଧର୍ଷଣ ଉଦ୍ୟମ କରିବା ସମୟରେ ନାବାଳିକା ଚିତ୍କାର କରିବାରୁ ପ୍ରଥମେ ବେକ ଚିପି ହତ୍ୟା କରିବା ପରେ ପଥରରେ ଛେଚି ଦେଇଥିଲା। ଏହା ପରେ ବିଭସ ଭାବରେ ଚାପଡରେ କାଟି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା ।

Advertisment

ଗୁରୁବାର ଏହି ଘଟଣାର ଶୁଣାଣୀ କରି ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।