ଭୁବନେଶ୍ବର : ଲକ୍ଡାଉନରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ପୀଡ଼ିତା ନାବାଳିକାଙ୍କ ମା’ ତଥା ଅଭିଯୋଗକାରୀ ଆଜି ହାଜର ହୋଇଥିବା ବେଳେ ତାଙ୍କର ବୟାନ ରେକର୍ଡ କରାଯାଇଛି। ସେ କିଛି ନୂଆ ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ତାଙ୍କ ବୟାନ ଅନୁସାରେ, ଗଣଦୁଷ୍କର୍ମ ପରେ ଓଟିଭି ଏମ୍ଡି ଜାଗିମଙ୍ଗତ ପଣ୍ଡା ତାଙ୍କ ଘରକୁ ଦୁଇ ଥର ଆସିଥିଲେ। ‘ତୋ ମା’ କାହିଁକି ମୋ ପଛରେ ପଡ଼ିଛି, ତାର ମୁଁ ବହୁତ କ୍ଷତି କରିବି’ ବୋଲି ଝିଅକୁ ଧମକ ଦେଇଥିବା ଅଭିଯୋଗକାରୀ ତାଙ୍କ ବୟାନରେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମତୀ ପଣ୍ଡାଙ୍କୁ ଆଜି ହାଜର ପାଇଁ ନୋଟିସ୍ ହୋଇଥିଲା। କିନ୍ତୁ ତାଙ୍କ ଓକିଲ ହାଜର ହୋଇ ସମୟ ମାଗିଥିଲେ। ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଶ୍ରୀମତୀ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ ଜାରି କରାଯାଇଥିବା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।
ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା : ପୀଡ଼ିତାଙ୍କ ମା’ଙ୍କ ବୟାନ ରେକର୍ଡ, ୨ରେ ଓଟିଭି ଏମ୍ଡିଙ୍କୁ ହାଜର ପାଇଁ ନୋଟିସ୍
/sambad/media/post_attachments/wp-content/uploads/2020/08/rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)