କୋରାପୁଟ: ମହଙ୍ଗା ପଡିଛି ସମ୍ପର୍କୀୟା ଭଉଣୀ ନାଁରେ ଫେକ୍ ଫେସ୍ବୁକ୍ ଆଇଡି ଖୋଲି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏହାକୁ ଫଟୋ ସହ ପୋଷ୍ଟ କରିବା। କୋରାପୁଟ ଟାଉନ ପୁଲିସ ଆଜି ଜଣେ ନାବାଳିକାଙ୍କୁ ଅଟକ ରଖିବା ସହ ଗୋଟିଏ ମୋବାଇଲକୁ ଜବତ କରିଛି। ଏନେଇ ଆଜି ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ମାସ ୧୪ ତାରିଖରେ କୋରାପୁଟ ସହରର ପୂର୍ବତନ କାଉନସିଲର ଲିଲି ବୁରୁଡିଙ୍କ ଫେକ୍ ଫେସ୍ବୁକ୍ ଆଇଡି ଖୋଲି ଆଶ୍ଳୀଳ ଫଟୋ ଛାଡିବା ସହ କମେଣ୍ଟ ଦେଇଥିଲା। ଏନେଇ ଯୁବତୀ ଜଣଙ୍କ ଟାଉନ ଥାନାରେ ଅଭିଯୋଗ ଦେବା ପରେ ପୁଲିସ ୩୫୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଆମେରିକାର କାଲିଫର୍ଣ୍ଣିଆରେ ରହିଥିବା ଫେସବୁକ୍ କାର୍ଯ୍ୟାଳୟକୁ ଏନେଇ ଚିଠି ଲେଖିଥିଲା। ଫେସବୁକ୍ ସବିଶେଷ ତଥ୍ୟ ସହ ବ୍ୟବହୃତ ହୋଇଥିବା ମୋବାଇଲ ଓ ଫୋନ ନମ୍ବରକୁ ପୁଲିସକୁ ଦେଇଥିଲା। ଏହାପରେ ପୁଲିସ ନମ୍ବର ଟ୍ରାକିଂ କରି ଏହି ନାବାଳିକାକୁ ଧରିବାରେ ସକ୍ଷମ ହୋଇଥିଲେ। ଉକ୍ତ ନାବାଳିକାଙ୍କୁ ସିଆରପିସିର ୪୧ ଧାରା ଅନୁସାରେ ଜାମିନ ଦେଇଥିବା ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଉକ୍ତ ନାବାଳିକାଙ୍କ ସହ ପୂର୍ବରୁ କଳହ ଲାଗି ରହିଥିଲା। ତାଙ୍କୁ ବଦନାମ କରିବାକୁ ଏପରି କରିଥିବା ପୁଲିସ ନିକଟରେ ନାବାଳିକା ଜଣକ ମାନିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG_20210330_180828.jpg)