ଧଉଳି: ଭୁବନେଶ୍ବର ଉପକଣ୍ଠ ତଥା ସ୍ଥାନୀୟ ଶିଶୁପାଳଗଡ଼ (ଇନ୍ଦିରାକଲୋନୀ) ଅଞ୍ଚଳରେ ଆଜି ପୂର୍ବାହ୍ନରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାର ବାପା ଏସଂପର୍କରେ ଆଜି ସଂଧ୍ୟାରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଅପହୃତ ସଂପୃକ୍ତ ନାବାଳିକାଙ୍କୁ ଏଯାଏ ଉଦ୍ଧାର କରାଯାଇ ପାରି ନାହିଁ ।

Advertisment

ସୂଚନା ଅନୁସାରେ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଜଣେ ବ୍ୟକ୍ତି ଇନ୍ଦିରା କଲୋନି ଅଞ୍ଚଳରେ ଏକ ବସ୍ତିରେ ରହି ଟ୍ରଳି ଚଳାନ୍ତି। ଆଜି ଦିନ ପାଖାପାଖି ୧୧ଟା ସମୟରେ ସେ ଟ୍ରଲି ଚଳାଇବାକୁ ପଳାଇ ଯାଇଥିବା ବେଳେ ମା’ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇଜଣ ଯୁବକ ନାଲିରଙ୍ଗର କାର ଲଗାଇ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ।

ଆଜି ନୂଆବର୍ଷ ଥିବାରୁ ପାଖ ପଡ଼ୋଶୀ ବନ୍ଧୁ ଘରକୁ ନାବାଳିକା ବନ୍ଧୁ ଘରକୁ ଯାଉଥିବା ଭାବି କିଛି ସନ୍ଦେହ କରିନଥିଲେ। ହେଲେ କିଛି ସମୟ ପରେ ବାପା-ମା’ ଘରକୁ ଫେରିବା ପରେ ନାବାଳିକାକୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ପଡ଼ୋଶୀଙ୍କ ସହ ତାଙ୍କ ବାପା ଥାନାକୁ ଆସି ଅଭିଯୋଗ କରିଥିଲେ।