ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଇଟାଭାଟି ମାଲିକ, ମ୍ୟାନେଜର ଗିରଫ

ବାଲେଶ୍ବର/ନୀଳଗିରି : ନୀଳଗିରି ବାଘମରା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଘଟଣାରେ ମଙ୍ଗଳବାର ଦିନ ନୀଳଗିରି ପୁଲିସ ଅଟକ ରଖିଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟଜଣଙ୍କ ସମ୍ପୃକ୍ତି ନଥିବା ଜାଣିବା ପରେ ପୁଲିସ ତାକୁ ଛାଡ଼ିଦେଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ; ସଜନାଗଡ଼ ଅଞ୍ଚଳର ଇଟାଭାଟି ମାଲିକ ଲୁଲୁ ବେହେରା (୨୭) ଏବଂ କୁରୁମିପାଳ ଅଞ୍ଚଳର ଡ୍ରାଇଭର ଫକୀରମୋହନ ସିଂହ (୩୦)। ଅନ୍ୟପଟେ ସିଆର୍‌ପିସି ୧୬୧ରେ ପୀଡ଼ିତାଙ୍କ ବାପାମାଆ ଏବଂ ଉଭୟ ଗିରଫ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର