ଭୁବନେଶ୍ୱର : ରାଜଧାନୀରେ ଲକଡାଉନ୍ ସମୟରେ ନାବାଳିକା ଗଣଦୁଷ୍କର୍ମ ମାମଲାର ପ୍ରାୟ ୪୦ଦିନ ପରେ ମଧ୍ୟ କମିସନରେଟ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ନ ପାରିବାରୁ ଏବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶ ପରେ ଏବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଉ ନେଉ ଆକ୍ସନ ମୁଡକୁ ଓହ୍ଲାଇଛି। ମାମଲାର ୩ ଜଣ ଅଭିଯୁକ୍ତଙ୍କୁ ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ସାଢେ ୫ ଘଣ୍ଟା ଧରି ଜେରା କରାଯାଇଛି। ଓଟିଭି ଏମ୍ଡିଙ୍କ ବ୍ୟକ୍ତିଗତ ସଚିବ କୃଷ୍ଣ ବେହେରା, ଗନ୍ମ୍ୟାନ୍ ଓ ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଛି। ଅପରାହ୍ନ ସାଢ଼େ ୧୦ଟାରୁ ପ୍ରାୟ ୪ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମି​ଳିଛି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ମୁହଁ ଖୋଲି ନାହିଁ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ଆଜି ପୂର୍ବାହ୍ନରେ ମହିଳା ଥାନାକୁ ଯାଇ ମାମଲା ସମ୍ପର୍କିତ କାଗଜପତ୍ର ସଂଗ୍ରହ କରିଛି। ଏହି ମାମଲାକୁ କ୍ରାଇମବ୍ରାଞ୍ଚ ଏବେ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ। ସୂଚନାଯୋଗ୍ୟ, ଲକଡାଉନ ସମୟରେ ରାଜଧାନୀର ଇନଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।
ନାବାଳିକା ଗଣଦୁଷ୍କର୍ମ ମାମଲା : କ୍ରାଇମବ୍ରାଞ୍ଚର ତନାଘନା, ଅଭିଯୁକ୍ତଙ୍କୁ ସାଢେ ୫ ଘଣ୍ଟା ଜେରା
/sambad/media/post_attachments/wp-content/uploads/2020/08/rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)