ନାବାଳିକା ଦୁଷ୍କର୍ମ ମାମଲା: ପୁଲିସ କମିସନର୍‌ କହିଲେ, ଅଭିଯୁକ୍ତ ପୁଲିସ ମଧ୍ୟ ତଦନ୍ତ ପରିସରଭୁକ୍ତ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୁଲିସ କର୍ମଚାରୀ ମଧ୍ୟ ତଦନ୍ତ ପରିସରଭୁକ୍ତ ବୋଲି ଆଜି ଦ୍ବୈତ ନଗରୀ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ପୁଲିସ କମିସନର୍ କହିଲେ, ଘଟଣାର ସଠିକ ତଦନ୍ତ ଚାଲିଛି। ସତ ଓ ପ୍ରମାଣା ଜଣାପଡ଼ିଲେ ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ, ଏ ଘଟଣାରେ ମନ୍ତବ୍ୟ ଦେବା ସମୟ ଆସିନାହିଁ କହି ଅଧିକ କିଛି ବିବରଣୀ ଦେବାକୁ ଶ୍ରୀ ଷଡ଼ଙ୍ଗୀ ମନା କରିଦେଇଛନ୍ତି।

ସେ ଗୁରୁତ୍ବାରୋପ କରି କହିଛନ୍ତି, ସମ୍ପ୍ରତି ଯେ କୌଣସି ପ୍ରକାରର ମନ୍ତବ୍ୟ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ। ସମୟ ଆସିଲେ ଆମେ ଅଦାଲତ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତଦନ୍ତରୁ ପ୍ରାପ୍ତ ଫଳାଫଳ ବିଷୟରେ ଜଣାଇବୁ।

ଏ ଘଟଣା ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ମହିଳା କମିସନ୍ ପାନେଲ୍‌ଙ୍କ ନୋଟିସ ପାଇବା ପରେ ଘରୋଇ ଆଞ୍ଚଳିକ ନିଉଜ୍‌ ଚାନେଲ୍‌ ଓଟିଭିର ପରିଚାଳନା ନିର୍ଦେଶିକା ଜଗି ମଙ୍ଗତ ପଣ୍ଡା ସେପ୍ଟେମ୍ବର ୨୧ ତାରିଖ ଦିନ ସେଠାରେ ହାଜର ହୋଇଥିଲେ।

କିନ୍ତୁ, ପୂର୍ବରୁ ଏନ୍‌ଗେଜ୍‌ମେଣ୍ଟ୍‌ ଥିବା କଥା ଦର୍ଶାଇ ଶୁଣାଣି ପାଇଁ ନ ରହି ସେ ଚାଲିଯାଇଥିଲେ। କମିସନ୍ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ଯେ, ଡିସିପିଙ୍କ ଜରିଆରେ ତାଙ୍କ ପାଖକୁ ପୁଣି ଥରେ ନୂଆ ନୋଟିସ ପଠାଯିବ।

ସମ୍ବନ୍ଧିତ ଖବର