ପାଟଣା : ଦିବ୍ୟାଙ୍ଗ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ

ପାଟଣା : ପାଟଣା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ସେହି ଗ୍ରାମର ବିନୋଦ ନାୟକ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ବାକ୍‌ ଶକ୍ତି ହରାଇଥିବା ଜଣେ ୧୫ ବର୍ଷୀୟା ଆଦବାସୀ ନାବଳିକାଙ୍କ ବାପା-ମା’ ଦିନ ମଜୁରିଆ। ବାପା-ମା’ କାମ କରିବାକୁ ବାହାରକୁ ଚାଲିଯିବା ପରେ ଘରେ ନାବାଳିକା ଏକା ରହୁଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ବିନୋଦ ତାଙ୍କୁ ଦୁଷ୍କର୍ମ କରୁଥିଲା। ନାବାଳିକା ଜଣଙ୍କ ଅନ୍ତଃସତ୍ତ୍ବା ହେବା ପରେ ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ଗ୍ରାମରେ ସଭା ହୋଇଥିଲା। ସଭାରେ ନାବାଳିକା ଅଭିଯୁକ୍ତ ବିନୋଦକୁ ଚିହ୍ନଟ କରିଥିଲା। ଅନେକ ଆଲୋଚନା ପରେ ସଭାରେ କୌଣସି ନିଷ୍କର୍ଷ ନବାହାରିବାରୁ ନାବାଳିକାଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିନୋଦକୁ ଥାନାକୁ ଆଣି ପଚରାଉଚରା କରୁଛି। ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଘଟଣାର ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର