ଭଦ୍ରକ: ନାବାଳିକା ଯୌନ ନିର୍ଯାତନା ମାମଲାରେ ଭଦ୍ରକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ମିନତୀ ପଣ୍ଡା ଆଜି ଧାମନଗର ଥାନା ଭଗିବିନ୍ଧା ଗ୍ରାମର ରମେଶ କୁଣ୍ଡୁଙ୍କ ପୁତ୍ର ତଥା ଦୁଷ୍କର୍ମକାରୀକୁ ମୋହନ କୁମାରକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ୨୦୨୨ ମସିହା ଜାନୁଆରି ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ଧାମନଗର ଥାନା ଭଗିବିନ୍ଧା ଗ୍ରାମର ଜନୈକ ନାବାଳିକାକୁ ସେହି ଗ୍ରାମର ମୋହନ କୁଣ୍ଡୁ (୩୪ ବର୍ଷ) କୁରକୁରେ ଓ ଚକଲେଟ ଦେଇ ରେବ ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିଲା। ଏ କଥା କାହାରିକୁ କହିଲେ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲା। ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ କାନ୍ଦିକାନ୍ଦି ନିଜ ମା’ ପାଖରେ ସମସ୍ତ ବିଷୟ କହିଥିଲା। ତା ପରଦିନ ପୀଡ଼ିତାର ମା’ ଏ ବିଷୟରେ ଧାମନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଧାମନଗର ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ସେହିମାସ ୧୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତେବେ ମୋହନ କୁମାର ବିଚାରାଧୀନ ବନ୍ଦୀ ଭାବେ ଅଦ୍ୟାବଧି ଜେଲରେ ଥିବା ବେଳେ ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ଓ ପ୍ରଦୀପ ମହାପାତ୍ର ମାମାଲାର ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)