ବରଗଡ଼ : ଜଣେ ୧୪ ବର୍ଷର ନାବାଳିକାକୁ ଧମକଚମକ ଦେଇ ମଧ୍ୟପ୍ରଦେଶକୁ ନେଇ ସେଠାରେ ଜୋରଜବରଦସ୍ତ ବିବାହ କରାଇ ଦେଇଥିଲେ ଘର ଲୋ‌କ। ତେବେ କୌଶଳ କ୍ରମେ ନାବାଳିକା ଜଣକ ସେଠାରୁ ମୁକୁଳି ଆସିବା ଭଳି ଘଟଣା ସାମ୍ନାକୁ ଆସିଛି। ସିଡବ୍ଲୁସିର ଅଧିକାରୀମାନେ ନାବାଳିକା ପଦ୍ମା (ଛଦ୍ମ ନାମ)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବିମଳା ଦେବୀ ବାଳ ନିକେତନରେ ଥଇଥାନ କରିଛନ୍ତି।

Advertisment

ସୂଚନା ଅନୁସାରେ, ଅତାବିରା ବାଲିକୁନ୍ଦା ଗାଁର ସରେଜ କୁମ୍ଭାରଙ୍କୁ ଶାନ୍ତି ନାମ୍ନୀ ଜଣେ ମହିଳା ବିବାହ କରିଥିଲେ। ସେମାନଙ୍କ ଗୋଟିଏ ପୁଅ ଥିଲା। ଏହି ସମୟରେ ଶାନ୍ତି ଏବଂ ତାଙ୍କ ସଂପର୍କୀୟ ଭାଇ ରାଜୁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାପରେ ପଦ୍ମା ଜନ୍ମ ନେଇଥିଲା। ତେବେ ଶାନ୍ତିଙ୍କୁ ଉଭୟ ସରୋଜ ଏବଂ ରାଜୁ ତଡ଼ି ଦେଇଥିଲେ। ପଦ୍ମା ସେମାନଙ୍କ ଝିଅ ନୁହେଁ ବୋଲି କହିଥିଲେ। ଏହାପରେ ଶାନ୍ତିଙ୍କ ସହ ଆହ୍ଲାବାଦର ଜଣେ ଯୁବକଙ୍କ ସହ ସଂପର୍କ ରହିଥିଲା। ସେମାନଙ୍କର ଗୋଟିଏ ପୁଅ ଜନ୍ମ ହେଲା। ତେବେ ଉକ୍ତ ଯୁବକ ଜଣକ କୁଆଡ଼େ ପଳାଇବା ପରେ ଶାନ୍ତି କିଛି ଉପାୟ ନପାଇ ଅନନ୍ତ ନାମକ ଜଣେ ବ୍ୟକ୍ତି ପାଖରେ ରହିଥିଲେ। ଅନନ୍ତ ଏବଂ ଶାନ୍ତିଙ୍କ ୨ଟି ପୁଅ ଓ ୨ଟି ଝିଅ ଜନ୍ମ ନେଇଥିଲେ। ପଦ୍ମା ସେମାନଙ୍କ ସାଂଗରେ ଥିଲା। ଗତ ୨୨ ତାରିଖ ମଧ୍ୟପ୍ର‌ଦେଶର ପପ୍ରେୟା ଗାଁରୁ ରାଜୁ, କାଳିଆ, ଗୋପାଳ, ଚରଣ ଏବଂ କାଳିଆର ପଦ୍ମାଙ୍କ ଘରକୁ ଆସିଥିଲେ ଏବଂ ପିଉସୀ ଘରକୁ ନାମଯଜ୍ଞ ଦେଖିଯିବା କହି ତା’କୁ ସାଂଗରେ ସମ୍ବଲପୁର ରେଳଷ୍ଟେସନ ନେଇ ଯାଇଥିଲେ। ଏହାପରେ ସେମାନେ ପଦ୍ମାର ଇଚ୍ଛା ବିରୋଧରେ ମାରପିଟ୍‌ କରି ଟ୍ରେନ୍‌ରେ ପପ୍ରେୟା ନେଇ ଯାଇଥିଲେ। ୨୫ ତାରିଖରେ ସେଠାରେ ଏକ ମନ୍ଦିରରେ ଚରଣ ସହ ଜବରଦସ୍ତି ପଦ୍ମାର ବାହାଘର କରି ଦିଆ ଯାଇଥିଲା। ତେବେ ଏଥିରେ ସହମତ ନ ଥିବା ପଦ୍ମା ବାହାଘର ପରେ ୩ଦିନ କୌଣସି ସଂପର୍କ ରଖିବା ପାଇଁ ଚରଣକୁ ମନା କରିଥିଲା। ଆଉ ଗତ ମଂଗଳବାର ସେ ଗାଧୋଇବା ପାଇଁ ବାହାରକୁ ଆସିଥିବାବେଳେ ଜୀବନକୁ ବାଜି ଲଗାଇ ୯ କିଲୋମିଟର ଦୌଡ଼ି ଦୌଡ଼ି ପଳାଇ ଆସିଥିଲା। ପଦ୍ମାକୁ ବାଟରେ ବେହୋସ ହୋଇ ପଡ଼ିଥିବା ଦେଖି ଜଣେ ବୃଦ୍ଧ ସ୍ଥାନୀୟ ସରପଞ୍ଚକୁ କହିଥିଲେ। ପରେ ସରପଞ୍ଚ ଜଣକ ମଧ୍ୟପ୍ରଦେଶର ଦମୋ ଜିଲ୍ଲା ବାଲେ ଥାନାକୁ ଜଣାଇଥିଲେ। କିନ୍ତୁ ପୁଲିସ୍‌ ପଦ୍ମାକୁ କିଛି ସହାୟତା ଦେବା ବଦଳରେ ଶହେ ଟଙ୍କା ଦେଇ ବସ୍‌ରେ ବସାଇ ଦେଇଥିଲେ। ପଦ୍ମା କଟନି ରେଳଷ୍ଟେସନରେ ପହଂଚିବା ପରେ ସେଠାରେ ଚରଣ ଏବଂ ତା’ର ସହଯୋଗୀମାନେ ତା’କୁ ଖୋଜାଖୋଜି କରୁଥିବା ଜାଣି ସେ ଷ୍ଟେସନର ଶୌଚାଳୟରେ ନିଜକୁ ବନ୍ଦ କରି ଦେଇଥିଲା। ଏହାପରେ କୌଶଳକ୍ରମେ ବିଳାସପୁର-ସମ୍ବଲପୁର ପାସେଞ୍ଜରରେ ସେ ସମ୍ବଲପୁର ଚାଲି ଆସିଥିଲା। ଏଠାରେ ଘରଲୋକେ ପଦ୍ମା ଆସୁଥିବା ଖବର ପାଇ ଷ୍ଟେସନରେ ଜଗିଥିଲେ। ପଦ୍ମା ଟ୍ରେନରୁ ଓହ୍ଲାଇବା ପରେ ତାକୁ ମାରଧର କରି କାହିଁକି ପଳାଇ ଆସିଲୁ ବୋଲି କହିଥିଲେ। ତେବେ ପଦ୍ମା ଅତାବିରାରୁ ସିଧା ଗୋଡ଼ଭଗା ଫାଣ୍ଡି‌େର ପହଂଚିଥିଲା। ପ‌ରେ ଅତାବିରା ପୁଲିସ୍‌ ପଦ୍ମାକୁ ସିଡବ୍ଲୁସି ପାଖରେ ହାଜର କରିଥିଲା। ସିଡବ୍ଲୁସିର ନିର୍ଦ୍ଦେଶ କ୍ରମେ ପଦ୍ମାକୁ ବାଳନିକେତନରେ ଥଇଥାନ କରାଯାଇଛି।