ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବଡ଼ହିଣ୍ଡୋଳ ଗ୍ରାମରେ ମଙ୍ଗଳବାର ନାବାଳିକା ମଧୁସ୍ମିତା ପ୍ରଧାନ (୧୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ରାତିରେ ମଧୁସ୍ମିତା ନିଜ ଘରେ ଥିବା କଡ଼ିରେ ଓଢ଼ଣୀ ଦ୍ବାରା ଆତ୍ମହତ୍ୟା କରିଛନ୍ତି।
ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ି ନାହିଁ। ଚାରମାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)