ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମରେ ପାରିବାରିକ କଳହରୁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ବୁଧବାର ବାଦୀ ଗ୍ରାମର ସତନାମୀପଡ଼ା ନିବାସୀ କୁର୍ବଲ ସତନାମୀଙ୍କ ଝିଅ କୌଶଲ୍ୟା ସତନାମୀ (୧୭) ଘରେ କେହି ନଥିବା ସୁଯୋଗ ନେଇ ଆତ୍ମହତ୍ୟା କରିଥିଲେ।
ପରିବାର ଲୋକ ନିଜ ଜମିରେ ଇଟା ଗଢ଼ୁଥିବା ବେଳେ ଦୁଇ ଭଉଣୀ ସ୍କୁଲକୁ ଯିବା ପରେ ଘରର ପାଟିରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କୌଶଲ୍ୟା ମୋବାଇଲ ପାଇଁ ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କ ସହ ପାଟିତୁଣ୍ଡ କରୁଥିଲେ। ସେଥିଯୋଗୁଁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୋଗ ପରେ ଖଡ଼ିଆଳ ପୁଲିସ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଏସ୍ଆଇ ନବଘନ ଗଉଡ଼ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)