ସୁନ୍ଦରଗଡ଼ରେ ୨ ନାବାଳିକାଙ୍କୁ ଦୁଷ୍କର୍ମ : ଜଣକୁ ହତ୍ୟା, ଜଙ୍ଗଲରୁ ଗଳିତ ଶବ ଉଦ୍ଧାର

ବେତନଟୀରେ ମହିଳାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ବର : ନାବାଳିକା ନିେଖାଜ ଓ ଦୁଷ୍କର୍ମ ପ୍ରସଙ୍ଗ ନେଇ ବିଧାନସଭା ଉଠୁଛି ପଡୁଛି। ଏପଟେ ସୁନ୍ଦରଗଡ଼ ଜିଲ୍ଲାରୁ ଚାଞ୍ଚଲ୍ୟକର ଖବର ହସ୍ତଗତ େହାଇଛି। ଜଣେ ନିେଖାଜ ଥିବା ନାବାଳିକାକୁ ଦୁଷ୍କର୍ମ ପରେ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛି। ସଂପୃକ୍ତ ନାବାଳିକାର ଗଳିତ ଶବ ଆଜି ଉଦ୍ଧାର େହାଇଛି। ସେହିଭଳି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାବୁଡିହିଠାରେ ଅନ୍ୟ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେରଦା ଓ ସଇତପୁର ଗାଁରେ ଥିବା ଜଙ୍ଗଲରେ ଆଜି ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ଆଜି ପୁଣି ଆେଲାଡନ ସୃଷ୍ଟି କରିଛି।

ଆମ େହମଗିରି ଓ ରାଜଗାଙ୍ଗପୁର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍‌ଣରେ ପୁଲିସ ହେମଗିର ଗୋପାଲପୁର ଗ୍ରାମ ନଦୀକଡ଼ ବୁଦାରୁ ଜୈନିକା ନିଖୋଜ ନାବାଳିକାର ଗଳିତ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର କରିଥିଲା। ମୃତ ନାବାଳିକା ଜଣକର ପରିଚୟ ମିଳିଛି। ସେ ଗୋପାଳପୁରର ବାସିନ୍ଦା। ଗତ ଶନିବାର (୨୦ ତାରିଖ ଦିନ) ପ୍ରାୟ ୧୧ ଟାରେ ନଦୀ ତଟକୁ ଶୌଚ ପାଇଁ ଯାଇ ସେ ଆଉ ଫେରି ନଥିଲେ। ଦୁଇ ଦିନ ଧରି ଖୋଜାଖୋଜି କରି ନ ପାଇବାରୁ ପରିବାର ଲୋକେ ଆଜି ଥାନାରେ ଏତଲା ଦେବା ପାଇଁ ଥାନାକୁ ଯାଉଥିଲେ। ଯିବା ବାଟରେ ନଦୀ ତଟ ବୁଦାରେ ଏକ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ସେଠାରେ ପହଞ୍ଚି ସେମାନେ ମୃତଦେହକୁ ଚିହ୍ନଟ କରିଥିଲେ। ସୂଚନା ପାଇ ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାବୁଡିହିଠାରେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତ ଶନିବାର ଦିନ ଏହି ନାବାଳିକା ଜଣଙ୍କ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ବେଳେ ରମେଶ ଏକ୍କା ଓ ତାଙ୍କର ଜଣେ ସହଯୋଗୀ ଘରେ ଛାଡ଼ି ଦେବାକୁ କହି ଏକ ମୋଟର ସାଇକଲ୍‌ରେ ବସାଇ ତାଙ୍କୁ ଏକ ପାହାଡ଼ ପାଖକୁ ନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତା ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିବାରୁ ଆଜି ରାଜଗାଙ୍ଗପୁର ଥାନାରେ ଏତଲା ହୋଇଛି। ଅଭିଯୁକ୍ତ ରମେଶ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲା। ଏଥିରେ ଅସଫଳ ହେବାକୁ କୌଶଳକ୍ରମେ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ମୋଟର ସାଇକେଲ୍‌ ସହ ତାଙ୍କ ସହଯୋଗୀ ଫେରାର୍‌ ଥିବା ଜଣାପଡ଼ିଛି। ରାଜଗାଙ୍ଗପୁର ପୁଲିସ୍‌ ଉଭୟଙ୍କ ଡାକ୍ତରୀ ମାଇନା କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ନାମରେ ପସ୍କୋରେ ମାମଲା ରୁଜୁ କରି ତଦନ୍ତ କରୁଛି।

ଆମ େବତନଟୀ ଓ ବୈଶିଙ୍ଗା ପ୍ରତିନିଧିଙ୍କ ଖବର ଅନୁସାରେ, ସ୍ଥାନୀୟ ମେରଦା ଓ ସଇତପୁର ଗାଁ ଜଙ୍ଗଲରେ ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣକ ପ୍ରତ୍ୟେକ ଦିନ ବାରିପଦା ଓ ବେତନଟୀକୁ ବିଭିନ୍ନ କାମ ପାଇଁ ଆସିଥା’ନ୍ତି। ତେବେ ଆଜି ଦୁଇଟି ମୋଟର ସାଇକେଲରେ ୩ ଜଣ ଯୁବକ ଆସି ତାଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ। ଏଥିରେ ମହିଳା ଜଣକ ରାଜି ହୋଇ ସେମାନଙ୍କ ବାଇକ୍‌ରେ ବସିଥିଲେ। ଯୁବକମାନେ ମହିଳାଙ୍କୁ ସଇତପୁର ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। କୌଶଳକ୍ରମେ ପୀଡ଼ିତା ମହିଳା ସେଠାରୁ ଖସି ଆସି ପୁଲିସର ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ଖବର ଲେଖାହେବା ବେଳକୁ ଜଣେ ଯୁବକକୁ ବେତନଟୀ ଥାନାକୁ ଆଣି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ମହିଳାଙ୍କ ବୟସ ପ୍ରାୟ ୨୭ ବର୍ଷ ହେବ। ତାଙ୍କ ୩ଟି ସନ୍ତାନ ଅଛନ୍ତି।

ସମ୍ବନ୍ଧିତ ଖବର