ଚାନ୍ଦବାଲି: ରବିବାର ରାତି ପ୍ରାୟ ଚାରିଟା ବେଳେ ଚାନ୍ଦବାଲି କାଳି ପଡ଼ିଆରୁ ଯାତ୍ରା ଦେଖି ଫେରୁଥିବା ମାଉସୀପୁଅ ଭାଇ ଠାରୁ ମାଉସୀଝିଅ ଭଉଣୀକୁ ଛଡ଼ାଇ ନେଇ ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

୧୭ ବର୍ଷୀୟ ନାବାଳିକା ହଷ୍ଟେଲ୍‌ରେ ରହି +୨ରେ ଅଧ୍ୟୟନ କରନ୍ତି। ଗତକାଲି ସେ ବଡ଼ଓସ୍ତିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମସ୍ଥିତ ମାମୁଘରକୁ ଯାଇଥିଲେ। ମାଉସୀପୁଅ ଭାଇ ସାଗର ମହାଳିକ ମଧ୍ୟ ମାମୁଘରକୁ ଯାଇଥିଲେ।

publive-image Representative Image

ଉଭୟ ଗତରାତିରେ କାଳୀପଡ଼ିଆକୁ ଯାତ୍ରା ଦେଖି ଯାଇଥିଲେ ଓ ଭଉଣୀ ଅସୁସ୍ଥ ଅନୁଭବ କରିବାରୁ ଯାତ୍ରା ମଝିରୁ ଉଠି ସାଇକେଲ୍‌ରେ ମାମୁଘରକୁ ଫେରି ଯାଉଥିଲେ। ମାମୁଘର ଠାରୁ ପ୍ରାୟ ୪୦୦ ମିଟର ଦୂରରେ ପହଞ୍ଚିଥିବା ବେଳେ ୪ ଜଣ ଯୁବକ ସାଗରଙ୍କୁ ବହେ ମାରଧର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସାଗରକୁ ସେଠାରେ ଅଟକାଇ ରଖିଥିବା ବେଳେ ଅନ୍ୟ ୩ ଜଣ ଭଉଣୀକୁ ଅଗ୍ନିଶମ କେନ୍ଦ୍ର ପଛ କୃଷି ବିଭାଗ କାର୍ଯ୍ୟାଳୟ ପାଖ ଝାଉଁବଣକୁ ଉଠାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ କରିଥିବା କଥା ପୀଡ଼ିତା କହୁଛନ୍ତି। ସେମାନେ ତାଙ୍କୁ ମଧ୍ୟ ମାରଧର କରିଛନ୍ତି। ଦୁଷ୍କର୍ମ ଦୃଶ୍ୟର ଭିଡିଓ ମୋବାଇଲ୍‌ରେ ଉତ୍ତୋଳନ କରିବେ ବୋଲି ମଧ୍ୟ ଧମକ ଦେଉଥିଲେ।

ଏତିକିବେଳେ ସାଗରଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ତିନିଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସାଗରଙ୍କୁ ଅଟକାଇ ରଖିଥିବା ଯୁବକଙ୍କୁ ଗ୍ରାମବାସୀମାନେ ଧରି ଗୋଟାଏ ଖୁଣ୍ଟରେ ବାନ୍ଧି ପକାଇଥିଲେ।

ଖବର ପାଇ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଜଣକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।