ଔପଦା: ନାବାଳିକା ଅପହରଣ ମାମଲାରେ ଔପଦା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଦୀପୁ ବାଗ (୨୩)। ପୁଲିସ ସୂଚନା ମୁତାବକ, ଗତ ୧୯ ତାରିଖରେ ଗଡ଼ସାହି ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା ହଠାତ୍ ଘରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଗତ ୨୪ ତାରିଖରେ ଏ ନେଇ ଔପଦା ଥାନାରେ ଅଭିଯୋଗ କରିଥିଲେ। କେସ୍ ନଂ ୯୩/୨୦ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। ଔପଦା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଗତକାଲି ବରହମପୁର ଥାନା ଆରବନ୍ଧ ପଞ୍ଚାୟତ ଡାହିସାହି ଗାଁ ପାଖରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏସଡିଜେମ୍ କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି।
ନାବାଳିକା ଅପହରଣକାରୀ ଗିରଫ
/sambad/media/post_attachments/wp-content/uploads/2020/08/youth-arrested-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)