ଭୋଗରାଇ: ବାଲିଆପାଳରେ ଥିବା ରାଜଧାନୀ ହୋଟେଲ ଏବଂ ଢ଼ାବାରେ ଗତକାଲି ନାବାଳକକୁ ହତ୍ୟା ଘଟଣାର ତାତି ଆଜି ବି ଭୋଗରାଇରେ ଦେଖିବାକୁ ମିଳିଛି। ଆଜି ଭୋର ୪ ଟା ସମୟରେ ନାବାଳକର ମୃତ ଦେହ ଏକ ଆମ୍ବୁଲାନ୍ସରେ ତାଙ୍କ ଘର ଭୋଗରାଇ କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଗାଁରେ ପହଞ୍ଚିବା ପରେ ଏଠାରେ ଉତ୍ତ୍ୟକ୍ତ ଲୋକେ ଶବ ସହ ଆମ୍ବୁଲେନ୍ସକୁ ଅଟକ ରଖି କମର୍ଦ୍ଦା-ବାଲିଆପାଳ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ।

Advertisment

ଗତକାଲି ବାଲିଆପାଳଠାରେ ଏସପି ଙ୍କ ଉପସ୍ଥିତିରେ ସମ୍ପୃକ୍ତ ନାବାଳକର ଶବକୁ ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହେବାର ପ୍ରତିଶ୍ରୁତି ଦିଆଯାଇଥିଲା, ମାତ୍ର ରାତି ଅଧରେ କାହାକୁ କିଛି ନଜଣାଇ ପୁଲିସ ବ୍ୟବଚ୍ଛେଦ କରିଛି। ତେଣୁ ଜାଣିଶୁଣି ଘଟଣାର ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଏହା ପୁଲିସର ଏକ ଚକ୍ରାନ୍ତ ।

publive-image

ସେହିପରି ମୃତକ ନାବାଳକ ଜଣେ ଦଳିତ ଭିନ୍ନକ୍ଷମ ଗରିବ ପରିବାରର ହୋଇଥିବାରୁ ତାଙ୍କ ପିତାଙ୍କୁ ଉପଯୁକ୍ତ କ୍ଷତିପୂରଣ, ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ହୋଟେଲ ମାଲିକ ସାହାବୁଦ୍ଦିନ ଶାହାକୁ ଗିରଫ ଦାବି କରି ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।ଖବର ପାଇ ଜଳେଶ୍ବର ଓ ବସ୍ତା ଏସ ଡି ପି ଓ ,ଭୋଗରାଇ ଓ କମର୍ଦ୍ଦା ଆଇ ଆଇ ସିଙ୍କ ସହିତ ୨ ପ୍ଲାଟୁନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିବା ଜଣାପଡ଼ିଛି।