ରିଚନ୍ଦନପୁର : ହରିଚନ୍ଦନପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଆଜି ଦେଉଳହୁଡ଼ି ଗ୍ରାମର ଅଜୟ ମୁଣ୍ଡା(୨୨)କୁ ଗିରଫ କରି କୋର୍ଟଚାଲାଣ କରିଛି। ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଜୟ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ବିବାହ କରିବାକୁ ମନା କରିଥିଲା।
ଏ ସମ୍ପର୍କରେ ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୁସ୍ମିତା ଦେବତା କେସ୍ ନମ୍ବର ୧୦୦/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)