୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ୧୫ ବର୍ଷିୟ ନାବାଳକ ଅଟକ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷର ନାବାଳିକାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ
କରଞ୍ଜିଆ ଏନଏସିରେ ଜଣେ ୬ ବର୍ଷର ନାବାଳିକାକୁ ୧୫ ବର୍ଷର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲା।

ନାବାଳିକାଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଉଭୟ ପୀଡ଼ିତା ଓ ଦୁଷ୍କର୍ମକାରୀ ନାବାଳକକୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ଏକ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧିତ ଖବର