ରାଉରକେଲାରେ ଲଜ୍ଜା, ଚକୋଲେଟର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଲେ ୪୫ ବର୍ଷିୟ ପଡ଼ୋଶୀ

ଅଭିଯୁକ୍ତ ଗିରଫ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପୁଣି ଲଜ୍ଜା । ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ ୪୫ ବର୍ଷିୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି l

ମିଳିଥିବା ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ଜଣେ ୪୫ ବର୍ଷିୟ ବିବାହିତ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ । ତାଙ୍କ ପରିବାର ଗାଁରେ ରହୁଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତିଜଣକ ଘର ପାଖରେ ରହୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଚକୋଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ l ଗତକାଲି ରାତିରେ ପରିବାରଲୋକ ପ୍ଲାଣ୍ଟସାଇଟ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ ଆଜି ସକାଳେ ଅଭିଯୁକ୍ତ ରମେଶକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଆଇପିସି ଧାରା ୩୭୬ ଓ ୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ଦାୟର ହୋଇଛି ।

ସମ୍ବନ୍ଧିତ ଖବର