ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣାରେ ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ। ୧୭ ଜଣ ସାକ୍ଷୀ, ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର।
ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଦୋକାନୀ ଅଜୟ ବେହେରା ନାମରେ ୩୦/୫/୨୩ରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/COURT-ORDER-JUSTICE-LAW-INSIDER.jpg)