ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।
image source-justdialମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ପାଟପୁର ଥାନା ଅଂଚଳରେ ଘରେ କେହି ନଥିବାର ସୁଯୋଗ ନେଇ ୨ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଥାନରେ ଅଭିଯୋଗ ହେବାପରେ ପାଟପୁର ପୁଲିସ ଆଜି ସକାଳେ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ପରେ ଉଭୟଙ୍କୁ ଗିରଫ କରିଥିବା ଜଣାଯାଇଛି। ଏହା ସହ ଉଭୟ ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିବା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/arrest-2-person.jpg)