ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଜଣେ ବାପଛେଉଣ୍ଡ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଧକୋଠା ପଞ୍ଚାୟତର ଜଳବଣ୍ଡା ଗାଁର ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ୪ ଜଣ ଯୁବକ ତାଙ୍କ ସହ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ଏନେଇ ପରିବାର ପକ୍ଷରୁ ଘସିପୁରା ଥାନାରେ ଅଭିଯୋଗ କରାଯିବା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆଜି କୋର୍ଟଚାଲାଣ କରାଯାଇଛି। ଏହାଛଡ଼ା ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।
ଘରେ ଏକୁଟିଆ ଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ: ୪ଜଣଙ୍କୁ ଗିରଫ କଲା ପୁଲିସ୍
/sambad/media/post_attachments/wp-content/uploads/2021/01/gh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)