ରାଉରକେଲା: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବିଶ୍ରା ପୁଲିସ ଜଣେ ନାବାଳକକୁ ଗିରଫ କରିଛି। ପରେ ଗିରଫ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ପୁଲିସ ଆର୍ଜିଏଚ୍ରେ ନାବାଳିକାଙ୍କୁ ଡାକ୍ତରୀମାଇନା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ମୁତାବକ କୁଆରମୁଣ୍ଡାର ଜଣେ ନାବାଳକ ନୂଆଗାଁ ସୋରଡା ଅଞ୍ଚଳର ଜଣେ ନାବାଳିକା ପ୍ରେମ କରୁଥିଲେ। ଅନିଚ୍ଛା ସତ୍ବେ ନାବାଳକ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଫଳରେ ନାବାଳିକା ଜଣକ ୪ ମାସର ଗର୍ଭବତୀ ହୋଇଥିଲା। ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଥିଲେ।
ନାବାଳିକାଙ୍କୁ ଦୁଷ୍କର୍ମ, ୪ ମାସର ଗର୍ଭବତୀ
/sambad/media/post_attachments/wp-content/uploads/2020/06/aurangabad-headmaster-sexually-abuses-21-minor-girls-thum.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)