ଭୁବନେଶ୍ବର : ଆଇପିଏସ୍ ସ୍ତରରେ ଆଜି ଛୋଟଧରଣର ଅଦଳବଦଳ ହୋଇଛି। ଜେଲ୍ ଆଇଜି ହିମାଂଶୁ ଲାଲଙ୍କୁ ବାଲେଶ୍ବରସ୍ଥିତ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବେ ନିଯୁକ୍ତି ମିଳିଛି। ସେହିପରି ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଶ୍ରୀ ଲାଲଙ୍କ ସ୍ଥାନରେ ଜେଲ୍ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରେଞ୍ଜ ଆଇଜି ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ ଅଫିସର ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ନିକଟରେ ପଦୋନ୍ନତି ପାଇ କମିସନରେଟ ପୁଲିସର ଡିସିପି ମୁଖ୍ୟାଳୟ ଭାବେ ଅବସ୍ଥାପିତ ହୋଇଥିବା ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି। ସେହିପରି କମିସନରେଟ ପୁଲିସର ଅତିରିକ୍ତ ଡିସିପି ଡି.ପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସପି(ଏସଆରପି) ଭାବେ ନିଯୁକ୍ତ କରାଯାଇଛି।
ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ: ହିମାଂଶୁ ଲାଲ ପୂର୍ବାଞ୍ଚଳ, ନରସିଂହ ଭୋଳ କେନ୍ଦ୍ରାଞ୍ଚଳ ଆଇଜି
/sambad/media/post_attachments/wp-content/uploads/2019/08/odisha_dig_himanshu_26_08_2019-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)